ନିଶାମୁକ୍ତ ବରଗଡ଼ ପାଇଁ ଗୋବିନ୍ଦପାଲିରେ ଯୁବମାନଙ୍କ ସଚେତନତା ଅଭିଯାନ
Автор: Ganashakti Tv
Загружено: 2026-03-11
Просмотров: 189
Описание:
ନିଶାମୁକ୍ତ ବରଗଡ଼ ପାଇଁ ଗୋବିନ୍ଦପାଲିରେ ଯୁବମାନଙ୍କ ସଚେତନତା ଅଭିଯାନ
Hundreds of Youths in Govindpali Rally for a Drug-Free Bargarh
ବରଗଡ଼ ସହରରେ ବଢୁଥିବା ଅବୈଧ ନିଶା କାରବାର ବିରୋଧରେ ଏବଂ ସମାଜକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ଗୋବିନ୍ଦପାଲି ଅଞ୍ଚଳର ଶତାଧିକ ଯୁବକ ଏକତ୍ରିତ ହୋଇ ସଚେତନତା ର୍ୟାଲି ଆୟୋଜନ କରିଥିଲେ। ଏହି ର୍ୟାଲି ଗୋବିନ୍ଦପାଲି ଅଞ୍ଚଳର ବିଭିନ୍ନ ପଡା ଓ ରାସ୍ତା ଦେଇ ଯାଇଥିବା ବେଳେ ଯୁବମାନେ ନିଶା ବିରୋଧୀ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରିଥିଲେ।
ଯୁବମାନେ କହିଥିଲେ ଯେ, ଅତ୍ୟଧିକ ନିଶା କାରବାର ଯୋଗୁଁ ସମାଜରେ ଅପରାଧ ଓ ଅଶାନ୍ତି ବଢୁଛି। ବିଶେଷକରି ଯୁବ ପିଢି ଏହାର ଅସରରେ ପଡୁଥିବାରୁ ଆଗାମୀ ପିଢି ପାଇଁ ଏହା ଗଭୀର ଚିନ୍ତାର ବିଷୟ ହୋଇପଡିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋବିନ୍ଦପାଲି ଅଞ୍ଚଳର ଯୁବମାନେ ସମାଜକୁ ନିଶାମୁକ୍ତ କରିବା ପାଇଁ ଆଗକୁ ଆସି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି।
ଏହି ସମୟରେ “ନିଶା ଛାଡ଼ନ୍ତୁ, ସୁସ୍ଥ ସମାଜ ଗଢ଼ନ୍ତୁ” ଓ “ନିଶାମୁକ୍ତ ବରଗଡ଼ ଆମ ଲକ୍ଷ୍ୟ” ପରି ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଯାଇଥିଲା। ଯୁବମାନେ ପ୍ରଶାସନକୁ ମଧ୍ୟ ଅବୈଧ ନିଶା କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।
ଏହି ଅଭିଯାନ ମାଧ୍ୟମରେ ଯୁବମାନେ ସମାଜକୁ ଏକ ସକାରାତ୍ମକ ସନ୍ଦେଶ ଦେଇଛନ୍ତି ଏବଂ ସମସ୍ତଙ୍କୁ ନିଶାମୁକ୍ତ ସମାଜ ଗଢିବାରେ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି।
Hundreds of youths from Govindpali in Bargarh organized an awareness rally against the rising illegal drug trade and to promote a drug-free society. The rally passed through different streets and localities of Govindpali, where participants raised slogans and urged people to stay away from drugs.
The youths expressed concern that the increasing drug trade is leading to rising crime and social unrest. They also highlighted that many young people are becoming victims of addiction, which poses a serious threat to the future of society. Keeping this in mind, the youth of Govindpali came forward to launch an awareness campaign against drug abuse.
During the rally, slogans such as “Say No to Drugs, Build a Healthy Society” and “Drug-Free Bargarh is Our Goal” were raised to spread awareness among the public. The participants also urged the administration to take strict action against illegal drug trafficking in the region.
Through this initiative, the youth delivered a strong message to the community and appealed to everyone to join hands in building a drug-free and safe society.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: