ଜଙ୍ଗଲ ପରିବେଶରେ ଭକ୍ତିର ମହୋତ୍ସବ: ବରମକେଲାରେ ଅଷ୍ଟ କୁଞ୍ଜ ନାମଯଜ୍ଞ ସମ୍ପନ୍ନ
Автор: Aamar TV
Загружено: 2026-03-17
Просмотров: 459
Описание:
ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ବରମକେଲା ଗ୍ରାମରେ ଆଧ୍ୟାତ୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶ ମଧ୍ୟରେ ଭବ୍ୟ ଅଷ୍ଟ କୁଞ୍ଜ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବାବା ଚୈତନ୍ୟ ଚରଣ ଦାଶଙ୍କ ନେତୃତ୍ୱରେ ଏହି ମହାସମାରୋହ ଜଙ୍ଗଲ ପରିବେଶ ମଧ୍ୟରେ ଅତ୍ୟନ୍ତ ଶାନ୍ତ ଓ ପବିତ୍ର ପରିସରରେ ଆୟୋଜିତ ହୋଇଥିଲା।
ଏହି ଅବସରରେ ଆଠଟି ପୃଥକ୍ ପୃଥକ୍ ନାମଯଜ୍ଞ ମଣ୍ଡପ—ଲଲିତା ଦେବୀ କୁଞ୍ଜ, ରଙ୍ଗ ଦେବୀ କୁଞ୍ଜ, ଚମ୍ପକଲତା ଦେବୀ କୁଞ୍ଜ, ଇନ୍ଦୁଲେଖା ଦେବୀ କୁଞ୍ଜ, ବିଶାଖା ଦେବୀ କୁଞ୍ଜ, ଚିତ୍ରା ଦେବୀ କୁଞ୍ଜ, ତୁଙ୍ଗବିଦ୍ୟା ଦେବୀ କୁଞ୍ଜ ଓ ଅନ୍ୟାନ୍ୟ—ଏକାସ୍ଥାନରେ ସୁନିୟୋଜିତ ଭାବେ ନିର୍ମାଣ କରାଯାଇଥିଲା। ସମସ୍ତ ମଣ୍ଡପରେ ଏକାସାଙ୍ଗରେ ଚୋବିଶ ପ୍ରହରୀ ନାମଯଜ୍ଞ ଦୁଇଦିନ ଧରି ଅବିରତ ଚାଲିଥିଲା, ଯାହାରେ ପରିବେଶ ଭକ୍ତିର ସୁଗନ୍ଧରେ ମୁଗ୍ଧ ହୋଇଯାଇଥିଲା।
ସାଲେପାଲି, ବରମକେଲା, ପିପିଲିପାଲି, ପରମାଣପୁର, ଗ୍ରୀଣ୍ଡୋଲା ଓ ନୂଆପାଲି ଭଳି ପାଶ୍ୱର୍ବର୍ତ୍ତୀ ଗ୍ରାମର ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେଇ ଏହି ଯଜ୍ଞକୁ ସଫଳ କରିଥିଲେ। ଏହା ସାମୁଦାୟିକ ଏକତା ଓ ଧାର୍ମିକ ଭାବନାର ଏକ ଉତ୍କୃଷ୍ଟ ଉଦାହରଣ ହୋଇଉଠିଛି।
ରାସବିହାରୀ ମଠର ମୁଖ୍ୟ ମହନ୍ତ ବୃନ୍ଦାବନ ଦାଶ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା କାର୍ଯ୍ୟ ସଂପନ୍ନ ହୋଇଥିଲା। ନରେନ୍ଦ୍ର ଭୋଇ ଓ ସୀମା ଭୋଇ କର୍ତ୍ତା ଭାବେ ଦାୟିତ୍ୱ ନିଭାଇଥିବାବେଳେ, ଉତ୍ପନ୍ନ ଭୋଇ, ଖଇନୁ ପ୍ରଧାନ, ଲିଙ୍ଗରାଜ ଭୁଏ, କୁବେର ନାୟକ, ରକ୍ଷାକାରୀ ସାହୁ, ବିହାରୀ ଭୋଇ ଓ ସଂସାର ପଧାନ ଆଦିଙ୍କ ଅକ୍ଳାନ୍ତ ପରିଶ୍ରମ ଏହି ଯଜ୍ଞକୁ ଭବ୍ୟ ସଫଳତା ଦେଇଛି।
ଏହି ଅଷ୍ଟ କୁଞ୍ଜ ନାମଯଜ୍ଞ ମାଧ୍ୟମରେ ଅଞ୍ଚଳରେ ଆଧ୍ୟାତ୍ମିକ ଜାଗୃତି ସହ ସମ୍ପ୍ରୀତି ଓ ଶାନ୍ତିର ସନ୍ଦେଶ ପ୍ରସାର ହୋଇଛି।
Повторяем попытку...
Доступные форматы для скачивания:
Скачать видео
-
Информация по загрузке: