SERVANT KILLS JAMMU & KASHMIR JAIL DG WITH BROKEN BOTTLE | Kalinga Scroll
Автор: Kalinga Scroll
Загружено: 2022-10-04
Просмотров: 64
Описание:
The DGP of Jammu and Kashmir Prisons Department, Hemant Kumar Lohia, was found dead at his residence in Jammu under mysterious circumstances on Monday, October 3rd. Director General of Police Dilbag Singh described it as an "extremely unfortunate" incident.
#JammuAndKashmir #HemantKumarLohia #DGPrisons
ପୋଲିସ ଜାଣିବାକୁ ପାଇଛି ଯେ ଜାମ୍ମୁ-କାଶ୍ମର ଜେଲ ଡିଜି ହେମନ୍ତ ଲୋହିୟାଙ୍କୁ ହତ୍ୟା କରିଛି ତାଙ୍କର ବ୍ୟକ୍ତିଗତ ଚାକର ୟାସିର ଲୋହାର । ସିସିଟିଭିରୁ ଜଣାପଡିଛି ଯେ ସନ୍ଦିଗ୍ଧ ୟାସିର ହିଁ ହତ୍ୟାକାରୀ କାରଣ ସେ ଜାଗା ଛାଡି ତରବରରେ ପଳାଇବାର ଦୃଶ୍ୟ କଏଦ ହୋଇ ରହିଛି ସିସିଟିଭି ଭିଡିଓରେ l ତନାଘନା ପରେ ୟାସିରକୁ ଖୋଜି ଠାବ କରି ଗିରଫ କରିଛି ପୋଲିସ l ଚାକରର ହାତ ଲେଖା ଡାଏରୀଟିଏ ମଧ୍ୟ ଜବତ କରିଛି ପୋଲିସ ଯେଉଁଥିରେ ଲେଖା ହୋଇଛି ଅନେକ ସାୟରୀ ଏବଂ ଅନ୍ୟ କେତେକ ବ୍ୟକ୍ତିଗତ ତଥ୍ୟ ଯାହାକି ସ୍ପଷ୍ଟ କରୁଛି ଯେ ୟାସିରର ମାନସିକତା ଅତି ଉଗ୍ର ସ୍ୱଭାବର l ଏହା ବ୍ୟତୀତ ତାର ଘୋର ମାନସିକ ଅବସାଦ ରୋଗରେ ମଧ୍ୟ ପୀଡିତ ଥିଲା ସନ୍ଦିଗ୍ଧ l ଏସବୁ କହିଛନ୍ତି ପୋଲିସ ମହା ନିର୍ଦ୍ଦେଶକ ଦିଲବାଗ ସଂହ। ଘଟଣା ପରେ ପରେ ଫେରାର ହୋଇ ଯାଇଥିଲା ୟାସିର । ତଦନ୍ତରୁ ଜଣାପଡିଛି ଯେ ରାତିକାଳରେ ପ୍ରଥମେ ଜେଲ ଡିଜିଙ୍କ ଗଳା ଚିପି ବେହୋସ କରିବା ପରେ ଏକ ସସ ବୋତଲ ଭାଙ୍ଗି ତାର ଧାରୁଆ କାଚରେ ଡିଜିଙ୍କ ଗଳାକାଟି ହତ୍ୟା କରିଥିଲା ୟାସିର l ପରେ ଶବକୁ ଜଳାଇବାକୁ ମଧ୍ୟ ବହୁ ଚେଷ୍ଟା କରିଥିଲେ ମଧ୍ୟ ତାହା ହୋଇ ନଥିଲା ସମ୍ଭବ । ତେବେ ଆଶ୍ଚର୍ଯ୍ୟର କଥା ଯେ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି PAFF ନାମକ ଏକ ଆତଙ୍କୀ ସଂଗଠନ ଯାହାକି ଆତଙ୍କବାଦ ନୀତିରେ ଦୀକ୍ଷିତ ଏକ ଫାସୀବାଦୀ ଗୋଷ୍ଠୀ-ବିରୋଧୀ ଲୋକ ସାମୁଖ୍ୟ l ଏହି ସଂସ୍ଥା ଜୋର ଦେଇ ଦାବି କରିଛି ଯେ ହିନ୍ଦୁବାଦୀ ସରକାରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଅତି ଚତୁର ଭାବରେ ନିପାତ କରି ଚାଲିବ ଏହି ସାମୁଖ୍ୟ l ଜେଲ ଡିଜି ହେମନ୍ତ ଲୋହିଆଙ୍କ ହତ୍ୟା ଏକ ନମୁନା ମାତ୍ର l ତେବେ ଏହି ହତ୍ୟାକାଣ୍ଡ ଭାରତର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଆଗଲା ଗସ୍ତବେଳର ଏକ ଉପହାର ସ୍ୱରୂପ l
ସମ୍ପ୍ରତି ଜାମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି ଅମିତ ଶାହା l
Повторяем попытку...
Доступные форматы для скачивания:
Скачать видео
-
Информация по загрузке: