କଙ୍କଡ଼ା ଜୀବନ ରଖିଲା /crab save life/Animation story video
Автор: O cartoon
Загружено: 2025-08-28
Просмотров: 158
Описание:
କଙ୍କଡ଼ା ଜୀବନ ରଖିଲା /crab save life/Animation story video
କଙ୍କଡ଼ା ଜୀବନ ରଖିଲା
ମାଆଟିଏ, ପୁଅଟିଏ । ପୁଅ ବିଦେଶ ବାହାରିଲା । ମାଆ କହିଲେ, ‘‘ପୁଅରେ, ମୁଁ ଆଶୀର୍ବାଦ କରୁଛି, ତୋର କଲ୍ୟାଣ ହେଉ । କିନ୍ତୁ ତୁ ଏକୁଟିଆ ବିଦେଶକୁ ଯାଆ ନାହିଁ । ତୁ ଯେଉଁ କଙ୍କଡ଼ାକୁ ଘରକୁ ଆଣିଛୁ, ତାକୁ ସାଙ୍ଗରେ ନେଇଯା ।’’
ପୁଅ ପଚାରିଲା, ‘‘ମାଆ, କଙ୍କଡ଼ାକୁ ସାଙ୍ଗରେ ନେବା କ'ଣ ଦରକାର ? ତା’ଛଡ଼ା କଙ୍କଡ଼ାକୁ ରଖିଦି କେଉଁଠି, ନେବି ବା କିପରି ?”
ମାଆ କହିଲେ, ‘“ପୁଅ, ତୋର ଗଣ୍ଠିଲି ଭିତରେ ଗୋଟିଏ ପାଖରେ କଙ୍କଡ଼ାକୁ ରଖି ସାଙ୍ଗରେ ନେଇଯା ।"
ମାଆ କଥା ମାନି ସୂର୍ଯ୍ୟୋଦୟ ପରେ କଙ୍କଡ଼ାକୁ ସାଙ୍ଗରେ ଧରି ପୁଅ ବିଦେଶ ବାହାରିଲା । ଚାଲି ଚାଲି ଦ୍ଵିପ୍ରହର ବେଳକୁ ସେ ହାଲିଆ ହୋଇ ଗୋଟିଏ ଗଛ ମୂଳରେ ବିଶ୍ରାମ କଲା । କିଛି ସମୟ ପରେ ତା'ର ଆଖି ବୁଜି ହୋଇଗଲା । ସେ ଗଭୀର ନିଦରେ ଶୋଇଗଲା ।
ପିଲାଟି ଶୋଇଗଲା ପରେ କେଉଁଠୁ ଗୋଟିଏ ସାପ ବାହାରି ଆସିଲା । ଫଣା ଟେଟ୍ଟି ସାପଟି ପିଲା ନିକଟକୁ ଆଗେଇ ଆସିଲା । କିନ୍ତୁ ସାପଟି ଗଣ୍ଠିଲି ଭିତରେ କର୍ପୂର ଗନ୍ଧଦ୍ବାରା ଆକୃଷ୍ଟ ହୋଇ ଗଣ୍ଠିଲି ଭିତରେ ପଶିଲା । ଗଣ୍ଠିଲି ଭିତରେ ଥୁଲା କଙ୍କଡ଼ା । କଙ୍କଡ଼ାଟି ସାପକୁ ଦେଖି ତା’ର ବୁଢ଼ାଗୋଡ଼ ଦୁଇଟିରେ ସାପର ବେକକୁ କୋର୍ରେ ଚିପିଧରିଲା । ସାପଟା ଅଣନିଃଶ୍ବାସୀ ହୋଇ ମରିଗଲା ।
ପିଲାଟି କିଛି ଜାଣିପାରିଲା ନାହିଁ । ସେ ସେହିପରି ଗଭୀର ନିଦରେ ଶୋଇଥାଏ । ସନ୍ଧ୍ୟା ପାଖାପାଖି ତା'ର ନିଦ ଭାଙ୍ଗିଲା । ସନ୍ଧ୍ୟା ହେବା ଦେଖି ସେ କହିପକାଇଲା, ‘"ଆରେ ବାପରେ, ଆଉ ଯେ ବେଳ ନାହିଁ ।” ଏହା କହି ସେ ପୁଣି ଆଗକୁ ଯିବାପାଇଁ ତର ତର ହୋଇ ଗଣ୍ଠିଲିଟି ଧରିବାକୁ ଯାଇ ସେ ମଲାସାପ ଓ କଙ୍କଡ଼ାକୁ ଦେଖୁଲା । ସେ ସମସ୍ତ କଥା ବୁଝିପାରି ମନେ ମନେ କଙ୍କଡ଼ାକୁ ଧନ୍ୟବାଦ ଦେଲା । ମାଆର ଉପଦେଶ ପାଇଁ ତା'ର ଜୀବନ ରହିଥିବାରୁ ମାଆ ଇଦ୍ଦେଶ୍ୟରେ ପ୍ରଣାମ କଲା ।
Повторяем попытку...
Доступные форматы для скачивания:
Скачать видео
-
Информация по загрузке: