Bapi Bhai Kirtan || Bajaa re Sankha Jalaa pradeep || Lyrics || ବଜାଅ ରେ ଶଙ୍ଖ ଜଳାଅ ପ୍ରଦୀପ ||
Автор: Rabinarayan Kar
Загружено: 2026-01-23
Просмотров: 1968
Описание:
ବଜାଅ ରେ ଶଙ୍ଖ ଜଳାଅ ପ୍ରଦୀପ
ଦିଅ ହରିବୋଲ ହୁଳହୁଳି
(ଆଜି) ଜଗତର ନାଥ ହରିନେବେ ଦୁଃଖ
ଡାକୁଛନ୍ତି ବାହୁତୋଳି....... ||0||
ସଜାଅ ଭୂବନ ହୃଦ ସିଂହାସନ
ମନ ମନ୍ଦିର କୁ କର ଆବାହନ
ବ୍ୟଥା ବେଦନା ର କଥା ଦିଅରେ କହି
ନୟନର ନୀରେ ପାଦ ଦିଅରେ ଧୋଇ
ଦୁର୍ଲଭ ଏ ରୂପ ନେତ୍ରଭରି ଦେଖ
କୋଟି କନ୍ଦର୍ପ ରୁ ବଳି...... ||1||
ଜାଗ ଯଜ୍ଞ ବ୍ରତ ପୂଜା ଆରାଧନା
ଯାହା ଲାଗି କରୁ କଠୋର ସାଧନା
ନିରାକାର ନର ତନୁ ଧରି ଆସିଛନ୍ତି
ପାପୀ ତପୀ ଧନୀ ମାନୀ ଜ୍ଞାନୀ ଡାକୁଛନ୍ତି
କୋଳେ ତୋଳି ନେବେ କୂଳେ ଲଗାଇବେ
ଅଭୟ ଆଶୀଷ ଢ଼ାଳି....... ||2||
ପାଷାଣୀ ଅହଲ୍ୟା ମୁକତି ଲଭିବ
ଶବରୀ ସୁମିଷ୍ଟ ଫଳ ଭୁଞ୍ଜାଇବ
ବିଦୁର ଶାଗ ସୁଦାମା ଖୁଦଭଜା ନେବେ
ଜଗାଇ ମାଧାଇ ମହାପ୍ରଭୁ ଉଦ୍ଧାରିବେ
ଶ୍ରୀ ପୟର ଧୂଳି କୋଟି ତୀର୍ଥଠୁ ବଳି
ସେହି ଧୂଳି ଅଙ୍ଗେ ହୁଅ ବୋଳି.... ||3||
#ଅମିତାଭସାମନ୍ତରାୟ #ବାପିଭାଇକୀର୍ତ୍ତନ #Bapibhaikirtan #Amitavsamantaray #Bapibhainewkirtan #lyrics
Повторяем попытку...
Доступные форматы для скачивания:
Скачать видео
-
Информация по загрузке: