ଆମ ନୈବେଦ୍ୟ ସମ୍ଭାର ll Sidhu Nayak New offertory song ll Nirmal and Sambhuta ll full video
Автор: Sidhu Nayak Official
Загружено: 2026-02-07
Просмотров: 8839
Описание:
ଖ୍ରୀଷ୍ଟଙ୍କ ପ୍ରେମରେ ମୋର ପ୍ରିୟର ବାପା, ମା, ଭାଇ ଓ ଭଉଣୀମାନେ Sidhu Nayak Official YouTube Channel ତରଫରୁ ସମସ୍ତଙ୍କୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଗୌରବ, ମହିମା ଏବଂ ସମ୍ଭ୍ରମ ଉଦ୍ଦେଶ୍ୟରେ ଏକ ଅତି ଭକ୍ତିପୂର୍ଣ୍ଣ ସମର୍ପଣ ସଙ୍ଗୀତ ପ୍ରସ୍ତୁତ କରିଅଛୁ। ଏହି ଗୀତର ନାମ ହେଉଛି "ଆମ ନୈବେଦ୍ୟ ସମ୍ଭାର"। ଏହାର ସମ୍ପୂର୍ଣ୍ଣ ଗୀତ Sidhu Nayak Official YouTube Channel ରେ ଅତି ଶୀଘ୍ର ଉନ୍ମୋଚନ କରାଯାଉଅଛି। ଏହି ସଙ୍ଗୀତର ଗାୟକ ଏବଂ ଗାୟିକା ହେଉଛନ୍ତି: Nirmal and Sambhuta, ଯେଉମାନେ ଏହି ଗୀତଟିକୁ ଅତି ସୁନ୍ଦର, ଭାବପୂର୍ଣ୍ଣ ଏବଂ ହୃଦୟସ୍ପର୍ଶୀ ଭାବରେ ଗାଇଅଛନ୍ତି। ଏଣୁ, ଆମ୍ଭେମାନେ ଆଶା ପୋଷଣ କରୁ କି ଯେ, ଏହି ଗୀତଟି ଶୁଣିଲା ପରେ, ଆପଣମାନଙ୍କ ଜୀବନ ଇଶ୍ଵରମୟ ଏବଂ ଖ୍ରୀଷ୍ଟଙ୍କର ନିକଟତ୍ଵର ହେଉ ଏବଂ ପ୍ରତ୍ୟେକଙ୍କର ଆଧ୍ୟାତ୍ମିକ ଜୀବନ ତ୍ବରାନ୍ଵିତ ଓ ସାଫଲ୍ୟ ମଣ୍ଡିତ ହେଉ, ଯେପରି ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରତିଦିନ ଓ ପ୍ରତି ସମୟରେ ପୂଜା ଓ ଆରାଧନା ପାଆନ୍ତୁ।
ତେଣୁ, ଆପଣମାନଙ୍କୁ ଅନୁରୋଧ କରୁ କି, ଆପଣମାନଙ୍କର ପ୍ରାର୍ଥନା ଓ ଆର୍ଶିବାଦ ଆମ ପ୍ରତି ସଦାସର୍ବଦା ରହୁ ଏବଂ ଏହି channel କୁ ଅଧିକ ମାତ୍ରାରେ like, share, subscribe and comment ମାଧ୍ୟମରେ ଉଚ୍ଛାହିତ କରିବା ହେବେ। Thank you.
🌹SONG CREDIT🌹
🌸Song Title: "ଆମ ନୈବେଦ୍ୟ ସମ୍ଭାର"
🌸Singers: Nirmal and Sambhuta
🌸Composer and Lyricist : Sidhu Nayak
🌸Producer:Kataru Lourdhu Raju & Lourdhu Rani
🌸Keyboard: Anil Kotta
🌸Tablist: Pramod
🌸Dolak: Manish Nanda
🌸Octapad: Babu
🌸Thumbnail: The Edit Hub
🌸DOP & Edit: Rahul Rout
🌸Mix & Master: Sundarram Jagadala
🌸Voice Recording: Somyaranjan
🌸Recorded at: Prativa Studio, Cuttack
Special Thanks: Fr. Sanjib Bishayi, Akshay Nayak and my family members.
🌹Song Lyrics 🌹
ଆଣିଅଛୁ ପ୍ରଭୁ ତୁମ ପାଦ ପଦ୍ମେ
ଆମ ନୈବେଦ୍ୟ ସମ୍ଭାର – ୨
ନୁହେଁ ଏହା ଆମ ଅବ୍ରାହାମଙ୍କ ସମ
ନୁହେଁ ଏହା ମଲକିସେଦେଙ୍କ ସମାନ – ୨
କର ଗ୍ରହଣ ପ୍ରଭୁ ଏ ଟିକି ଉପହାର – ୨
୧. ନାହିଁ ଆମ ହୋମବଳି ଅତି ସ୍ରେଷ୍ଟ
ପରିତ୍ରାଣ ଲାଗି କୃଶ ବଳି ଉତ୍କୃଷ୍ଟ
ଅରପୁଛୁ ପ୍ରଭୁ ଏହି ରୋଟି ଦ୍ରାକ୍ଷାରସ
କର ପରିଣତ ତୁମ ରକ୍ତେ-ମାଂସ – ୨
ଭୂଞ୍ଜି ପ୍ରଭୁ ତୁମ ପ୍ରେମ ଦାନ
ଆତ୍ମାର ଶୋକ ହେଵ ପୋଷଣ - ୨
୨. ନାହିଁ କିଛି ଦେବାକୁ ପାଖେ ଆମ
ଆଣିଅଛୁ ଆମ ଭଙ୍ଗା ଆତ୍ମା-ମନ
ଅରପୁଛୁ କେବଳ ଆମ କଷ୍ଟ-ଦୁଃଖ
ତୁମ ଆର୍ଶୀବାଦ ଭୋରେ ଅନ୍ତରେ ସୁଖ - ୨
ସଦୟେ ଗ୍ରହଣ କର ଭେଟି ଆମର
ଏ ସବୁ ଅଟେ ଆମ ପରିଶ୍ରମର – ୨
#amitpaniodiachristiandevotionalsong
#humansagarodiachristiandevotionalsong
#rabindrasrambutikaodiachristiandevotionalsong
#sridharagantaodiachristiandevotionalsong
#kushagantaodiachristiandevotionalsong
#sidhunayaknewodiadevotionalsong
!! ANTY PRIRACY !!
This content is copyright to Sidhu Nayak official unauthorised reproduction redestribution re-upload (audio or video) is strictly prohibited of this material.legal action will be taken against those who violate this copyright material present .
Повторяем попытку...
Доступные форматы для скачивания:
Скачать видео
-
Информация по загрузке: