Odisha-Andhra Pradesh Border Dispute | Todays News | Latest News | Sunabeda Land Dispute
Автор: ZEE Odisha News
Загружено: 2020-11-16
Просмотров: 43
Описание:
Odisha-Andhra Pradesh Border Dispute | Todays News | Latest News | Sunabeda Land Dispute
ପ୍ରଥମେ Kotia, ପରେ Jaleswar, ପରେ Sunabeda ଏବଂ ପରେ କୋରାପୁଟ ପଟାଙ୍ଗି ବ୍ଲକ ସମ୍ବାୟୀ ପଞ୍ଚାୟତର ଆନ୍ଧ୍ର ଓଡିଶା ସୀମାରେ ସୀମାକୁ ନେଇ ଉତ୍ତଜେନା ଓ ବିବାଦ । ସୀମା ବିବାଦକୁ ନେଇ ଜୀ ଓଡ଼ିଶା ଅଭିଯାନ ଆରମ୍ଭ କରିବା ପରଠାରୁ ସୀମାର ତିକ୍ତତା ସାମ୍ନାକୁ ଆସିବାରେ ଲାଗିଛି । ପ୍ରଥମେ ଓଡ଼ିଶା ଦାବି କରୁଥିଲା, ଆନ୍ଧ୍ର ଆମ ସୀମାକୁ ମାଡ଼ି ଆସିଛି, ଏବେ ଆନ୍ଧ୍ର ଦାବି କରୁଛି ଓଡ଼ିଶା ସୀମା ଡେଇଁ ତାଙ୍କ ସୀମାକୁ ଚାଲି ଆସିଛି । ଫଳରେ ସୁନାବେଡ଼ା ନିକଟରେ ସୀମାକୁ ନେଇ ଦୁଇ ପଡ଼ୋଶୀ ରାଜ୍ୟର ସୀମାବର୍ତ୍ତୀ ଗ୍ରାମ ମଧ୍ୟରେ ଲାଗି ରହିଛି ଉତ୍ତେଜନା । ଦୀର୍ଘ ୬ ଦିନ ହେଲାଣି ଆନ୍ଧ୍ର ସୀମା ଅଂଚଳର ଲୋକେ ରାସ୍ତା ଉପରେ ପଥର ପକେଇ ଅବରୋଧ କରିବା ସହିତ ସେହି ସ୍ଥାନକୁ ଦୁଇ ରାଜ୍ୟର ସୀମା ବୋଲି ଦାୟୀ କରୁଛନ୍ତି । ଦୁଇ ରାଜ୍ୟର ସରକାର ଏହାର ସମାଧାନ କରିବା ପାଇଁ ମଧ୍ୟ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଓଡ଼ିଶା ସୀମାରେ ଥିବା ସୁନାବେଡ଼ା ଗ୍ରାମର ଲୋକଙ୍କୁ ଆନ୍ଧ୍ର ଯିବା ପାଇଁ ବାଟ ଛାଡ଼ୁ ନ ଥିବା ଓ ଉତ୍ପାଦନ ସାମଗ୍ରୀ ବିକ୍ରି କରିବା ପାଇଁ ମଧ୍ୟ ଯିବାକୁ ଦେଉ ନ ଥିବା ଅଭିଯୋଗ କରିଛନ୍ତି । ଯାହା ଫଳରେ କ୍ଷତିର ସମ୍ମୁଖୀନ ହେଉଛନ୍ତି ସୁନାବେଡ଼ା ଗ୍ରାମବାସୀ । ଏ ଦିଗରେ ରାଜ୍ୟ ସରକାର ଶୀଘ୍ର ପଦକ୍ଷେପ ଗ୍ରହଣ ନ କଲେ ଦୁଇ ପଡ଼ୋଶୀ ରାଜ୍ୟର ସିମାବର୍ତ୍ତୀ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ଆଶଙ୍କା ଦେଖାଦେଲାଣି ।
#Damdar4 #ZeeOdishaNews
Повторяем попытку...
Доступные форматы для скачивания:
Скачать видео
-
Информация по загрузке: