ଜୟଦେବ ଭବନରେ ଉଦୀୟମାନ ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ବେହେରାଙ୍କ ନିଆରା ଚିତ୍ରକଳା ପ୍ରଦର୍ଶନୀ ।
Автор: NAYANTIKA VLOGS
Загружено: 2026-02-22
Просмотров: 3
Описание:
ଉଦୀୟମାନ ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ବେହେରାଙ୍କ ନିଆରା ଚିତ୍ରକଳା ପ୍ରଦର୍ଶନୀ ।
ଭୁବନେଶ୍ୱରସ୍ଥିତ, ଜୟଦେବ ଭବନଠାରେ, ପ୍ରତିଭା ସମ୍ପନ୍ନ, ଯୁବଶିଳ୍ପୀ ବିଶ୍ୱଜିତ ବେହେରାଙ୍କ ଦ୍ୱାରା,
ନିଆରା
ଏକକ ଚିତ୍ରକଳା ପ୍ରଦର୍ଶିନୀ ଉଦଘାଟିତ ହୋଇଯାଇଛି l
ଏହିଉତ୍ସବରେ, ମୁଖ୍ୟଅତିଥି ଭାବରେ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତନାରାୟଣ ଜେନା, ସଂମ୍ମାନୀୟ ଅଥିତିଭାବରେ, ପୂର୍ବତନ ମନ୍ତ୍ରୀ ଶ୍ରୀ ସାରଦାପ୍ରସାଦ ନାୟକ, ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଏବଂ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଶ୍ରୀ ମାନସ ଜେନା ପ୍ରମୁଖ, ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିଲେ l
ଏହା ବ୍ୟତୀତ ଅନେକ କଳାପ୍ରେମୀ ଏଥିରେ, ଉପସ୍ଥିତି ରହି, ଏହି କଳାକୃତିକୁ ଅବଲୋକନ କରି ଖୁବ ପ୍ରଶଂସା କରିଥିଲେ l
ଉକ୍ତ ପ୍ରଦର୍ଶନୀରେ, 5ଟି ତୈଳଚିତ୍ର ସହିତ 50 ଗୋଟି ଜଳରଙ୍ଗ ଉପସ୍ଥାପନ କରାଯାଇଛି l
ଶିଳ୍ପୀ ବିଶ୍ୱଜିତ ପ୍ରକାଶ କରନ୍ତି ଯେ, ଏହି ଚିତ୍ର ଗୁଡିକ ମାଧ୍ୟମରେ, ଗ୍ରାମାଞ୍ଚଳ ତଥା ପୁରପଲ୍ଲୀର ସରଳ ଜୀବନଶୈଳୀ ତଥା ଏହାର ଦୃଶ୍ୟପଟକୁ ବର୍ଣ୍ଣନା କରାଯାଇଛି l
ଶିଳ୍ପୀଙ୍କ ଜନ୍ମସ୍ଥାନ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକର, ଲକ୍ଷ୍ମଣନାଥ ଗ୍ରାମରେ ହୋଇଥିବା ବେଳେ, ଅଧୁନା ସେ, ଭୁବନେଶ୍ୱରସ୍ଥିତ ବି.କେ. ଆର୍ଟ ଏବଂ ହସ୍ତଶିଳ୍ପ ମହାବିଦ୍ୟାଳୟରେ ଚିତ୍ରକଳା ବିଭାଗରେ ଅଧ୍ୟୟନରତ. ଏହି ପ୍ରଦର୍ଶନୀ ଆସନ୍ତା 24ତାରିଖ ପର୍ଯ୍ୟନ୍ତ ଚାଲୁରହିବ.
#viral
#art
#artexhibition
Повторяем попытку...
Доступные форматы для скачивания:
Скачать видео
-
Информация по загрузке: