ବିଜୁ ବାବୁ ଙ୍କ ଜୟନ୍ତି ଉତ୍ସବରେ ରାଜ୍ୟସରକାର ଙ୍କ ଉପରେ ଗର୍ଜିଲେ ନୟାଗଡ଼ ବିଧାୟକ ଅରୁଣ ସାହୁ
Автор: JAJPUR KHABAR JPK
Загружено: 2025-03-05
Просмотров: 4339
Описание: ଆଜି ସାରା ରାଜ୍ୟ ରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ବିଜୁ ଜୟନ୍ତୀ ପାଳିତ ହୋଇଥିବା ବେଳେ ଯାଜପୁରରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଛି ଭବ୍ୟ କାର୍ଯ୍ୟକ୍ରମ। ଯଯାତି କେଶରୀ ମେଡିକାଲ କଲେଜ୍ ସମ୍ମୁଖ ରେ ନିର୍ମିତ ବିଜୁ ବାବୁ ଙ୍କ 43 ଫୁଟ ଉଚ୍ଚତା ବିଶିଷ୍ଟ ସର୍ବ ବୃହତ୍ ପ୍ରତିମୂର୍ତ୍ତି ନିକଟରେ ରାଜ୍ୟ ର ତୁଙ୍ଗ ନେତା ମାନେ ଏକତ୍ରିତ ହୋଇ ବିଜୁ ବାବୁ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଯାଜପୁର ର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଦେବିଁ ପ୍ରସାଦ ମିଶ୍ର,ସଞ୍ଜୟ ଦାସ ବର୍ମା,ଅରୁଣ ସାହୁ,ପ୍ରିତିରଞ୍ଜନ ଘଡେ଼ଇ,ରଣେନ୍ଦ୍ର ପ୍ରତାପ ସାଇଁ,ପ୍ରତାପ ଦେବ,ପ୍ରମିଳା ମଲ୍ଲିକ,ପ୍ରତାପ ଜେନା,ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଙ୍କ ସମେତ ବହୁ ବିଧାୟକ ଓ ସାଂସଦ ମାନେ ଯୋଗ ଦେଇ ବିଜୁ ବାବୁଙ୍କ ଓଡ଼ିଶା ପ୍ରତି ଥିବା ଅବଦାନ କୁ ମନେ ପକାଇବା ସହିତ ରାଜ୍ୟ ସରକାର ଯେଉଁ ଭଳି ବିଜୁ ବାବୁ ଙ୍କୁ ସମ୍ମାନିତ କରିଛନ୍ତି ତାର ଜବାବ ଆଗାମୀ ଦିନ ରେ ଲୋକେ ଦେବେ ବୋଲି ଚେତାବନୀ ଦେଇଥିଲେ। ପ୍ରାରମ୍ଭ ରେ ଅତିଥି ମାନେ ସର୍କିଟ ହାଉସ ନିକଟରୁ ଏକତ୍ରିତ ହୋଇ ପଦଯାତ୍ରା ରେ ଆସି ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ। ଆଜି ର ଏହି ଭବ୍ୟ କାର୍ଯକ୍ରମ ପାଇଁ ପୁରା ଯାଜପୁର ଉତ୍ସବ ମୁଖର ହୋଇଥିଲା
Повторяем попытку...
Доступные форматы для скачивания:
Скачать видео
-
Информация по загрузке: