ISRO Scientist Poisoning Case: Tapan Mishra Claims International Hand Behind Murder Conspiracy
Автор: ZEE Odisha News
Загружено: 2021-01-06
Просмотров: 60
Описание:
ISRO Scientist Arsenic Poisoning Case: Tapan Mishra Claims International Hand Behind Murder Conspiracy
ଇସ୍ରୋରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ର ୩ ବର୍ଷ ତଳର ଏକ ଘଟଣା ସମ୍ପର୍କରେ ଫେସବୁକରେ ପୋଷ୍ଟ କରିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ହତ୍ୟା ପାଇଁ ତାଙ୍କ ଖାଦ୍ୟରେ ବିଷ ମିଶାଯାଇଥିଲା ଏବଂ ତାହା ସେ ଖାଇଥିବା ଅଭିଯୋଗ ଆଣିଛନ୍ତି । ତେବେ, ଏହି ଘଟଣାକୁ ସେ ଦୀର୍ଘଦିନ ହେଲା ଗୁପ୍ତ ରଖିଥିଲେ । ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟ କାର୍ଯ୍ୟାଳୟରେ ଏକ ପଦୋନ୍ନତି ସାକ୍ଷାତକାର ଅବସରରେ ତାଙ୍କ ସହ ଏଭଳି ଘଟଣା ଘଟିଥିବା କହିଛନ୍ତି ରାୟଗଡ଼ାର ଏହି ସୁଯୋଗ୍ୟ ସନ୍ତାନ ।
୨୩ ମେ ୨୦୦୭ରେ ତାଙ୍କ ଦୋସା ଏବଂ ଚଟଣୀରେ ଆର୍ସେନିକ୍ ଟ୍ରାଇଅକ୍ସାଇଡ୍ ବିଷାକ୍ତ କେମିକାଲ ମିଶାଯାଇଥିଲା ବୋଲି ତପନ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି। ତପନ ମିଶ୍ର ଏବେ ଇସ୍ରୋର ଜଣେ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟରତ ଅଛନ୍ତି। ଚଳିତମାସ ଶେଷରେ ତପନ ମିଶ୍ର ଅବସର ଗ୍ରହଣ କରିବେ ବୋଲି ସୂଚନା ରହିଛି।ତେବେ ଜୁଲାଇ ୨୦୧୭ରେ ଗୃହ ବିଭାଗର ସୁରକ୍ଷା କର୍ମୀମାନେ ତାଙ୍କୁ ଆର୍ସେନିକ୍ ବିଷାକ୍ତ ବିଷୟରେ ସତର୍କ କରାଇଥିଲେ ଏବଂ ଡାକ୍ତରମାନଙ୍କୁ ପ୍ରତିକାର ବାବଦରେ କହିଥିଲେ। ତାଙ୍କର ଶ୍ୱାସକ୍ରିୟାରେ ଅସୁବିଧା ହେବା ସହିତ ଚର୍ମ, ଫଙ୍ଗଲରେ ସଂକ୍ରମଣର ଶିକାର ହୋଇଥିଲେ ବୋଲି ବୈଜ୍ଞାନିକ ତପନ ମିଶ୍ର କହିଛନ୍ତି।ତେବେ, ଏହି ଫେସବୁକ ପୋଷ୍ଟ ଉପରେ ଇସ୍ରୋ କୌଣସି ପ୍ରତିକ୍ରିୟା ରଖିନାହିଁ।
#ISROScientist #TapanMishra #PoisoningCase
Повторяем попытку...
Доступные форматы для скачивания:
Скачать видео
-
Информация по загрузке: